୧୧ ଟିକିଆ ହାତୀପଲଙ୍କ ଉତ୍ପାତ 
by Argus News
Wed, Oct 16 | 1:36 p.m.

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଲୀ ସଂରକ୍ଷିତ ଜଙ୍ଗଲରେ ଏକ ୧୧ ଟିକିଆ ବଣୁଆ ହାତୀପଲ ଦେଖିବାକୁ ମିଳିଛି । ସଇଁତଳା ରେଞ୍ଜ ଅଞ୍ଚଳରୁ ଏହି ହାତୀପଲ ମୁରିବାହାଲ ରେଞ୍ଜ ଅଞ୍ଚଳ ଭିତରକୁ ପଶି ଆସିଥିବା ଜଣାପଡ଼ିଛି । ହାତୀପଲ ତିଖାଲି ଜଙ୍ଗଲ ଅନ୍ତର୍ଗତ ମୁରିବାହାଲ ସେକ୍ସନ ଘୁଶୁରାମୁଣ୍ଡା, ବାରବନ୍ଧ, ବେହେରାଖାଇ, ସୁକୁନିପଦର, ସୁରମା ଖାଦାନ ଜଙ୍ଗଲକୁ ଆସିଛି । ଚାଷୀମାନଙ୍କ ପନିପରିବା ଚାଷକୁ ନଷ୍ଟ କରିଦେଇଛନ୍ତି ହାତୀ । 

ସେହିପରି ବାରବନ୍ଧ ଅଞ୍ଚଳର ଏକ କପା କିଆରିରେ ପଶି କପା ଫସଲ ନଷ୍ଟ କରିଥିବା ବେଳେ କିଆରିରେ ମଳତ୍ୟାଗ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।  ଜଙ୍ଗଲ ବିଭାଗ ପକ୍ଷରୁ ହାତୀମାନଙ୍କ ଗତିବିଧି ସମ୍ପର୍କରେ ଲକ୍ଷ୍ୟ ରଖାଯାଇଛି। ସେହିପରି ହାତୀ ଚଳାଚଳ କରୁଥିବା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭାବରେ ବନ୍ଦ କରିଦିଆଯାଇଥିବା ତଥା ବିଦ୍ୟୁତ୍‌ ଗଲେ ମୋବାଇଲ ନେଟୱର୍କ ବ୍ୟବସ୍ଥା ମଧ୍ୟ ବ୍ୟାଘାତ  ସୃଷ୍ଟି ହେଉଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ଏହି ହାତୀପଲକୁ ଜଙ୍ଗଲ ବିଭାଗ ପକ୍ଷରୁ ଘଉଡାଇବାକୁ ମୁରିବାହାଲ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା